ଆମ ଦେଶରେ ବିଜୁଳିର ଘରୋଇକରଣ ହେବା ପରେ ବିଦ୍ୟୁତ ବିତରଣ କମ୍ପାନୀମାନେ ମନଇଚ୍ଛା ବିଜୁଳି ଦାମ ବଢାଇବା ଚାଲିଲେ । ଏହି ବିଜୁଳି ଦାମ ସାଧାରଣ ଲୋକଙ୍କୁ ବାଧୁଥିଲେ ହେଁ କେହି ସ୍ଵର ଉତ୍ତୋଳନ କରୁ ନ ଥିଲେ | ଅରବିନ୍ଦ କେଜରିୱାଲ ଏବଂ ଆମ ଆଦମୀ ପାର୍ଟି ଏ ପ୍ରକାର ଅନ୍ୟାୟପୂର୍ଣ୍ଣ ଦର ବୃଦ୍ଧି ବିରୋଧରେ ଆନ୍ଦୋଳନ କରିଥିଲେ ଓ କ୍ଷମତାକୁ ଆସିବା ପରେ ଘରୋଇ ବିଦ୍ୟୁତ କମ୍ପାନୀଙ୍କୁ ଅଡିଟ କରି, ସେମାନଙ୍କ ମନମୁଖୀ କାରବାର ଉପରେ ରୋକ ଲଗାଇଥିଲେ |
କ୍ରମାଗତ ଭାବେ, ଅଭିନବ ପନ୍ଥା ବାହାର କରି ଯେମିତି ସୌରଶକ୍ତିର ଉପଯୋଗ ବଢି ପାରିବ, ତାର ବ୍ୟବସ୍ଥା କରିଛନ୍ତି ଓ ସେହିପରି ସ୍ଥାନରେ ଥିବା ଲୋକଙ୍କୁ ପ୍ରାୟ ୟୁନିଟ ପିଛା 1 ଟଙ୍କା ରେ ବିଜୁଳି ମିଳି ପାରୁଛି ।
ଦିଲ୍ଲୀର ସମସ୍ତ ମହିଳାଙ୍କ ପାଇଁ ବସ ଏବଂ ମେଟ୍ରୋରେ ଯାତ୍ରା ମାଗଣା
1. ମାଗଣା ରେ ଯାତ୍ରା ସେବା ମହିଳା ମାନଙ୍କୁ କିପରି ସୁରକ୍ଷିତ କରିବ ?
ଦିଲ୍ଲୀ ମେଟ୍ରୋରେ ବର୍ତ୍ତମାନ ମହିଳା ଯାତ୍ରୀଙ୍କ ସଂଖ୍ୟା କେବଳ ୩୩ ପ୍ରତିଶତ । ଗତ ବର୍ଷ ମେଟ୍ରୋର ଭଡା ବୃଦ୍ଧି, ମହିଳା ମାନଙ୍କୁ ବାଧ୍ୟ କରିଛି ଅନ୍ୟ ଅସୁରକ୍ଷିତ ମାଧ୍ୟମରେ ଯାତ୍ରା କରିବାକୁ, ଯଥା ଶେଆର ଅଟୋ, ଚାଲିକରି ଯିବାକୁ, ଭଡ଼ାଅଟୋ ବା ଅନ୍ୟ ଟ୍ୟାକ୍ସି ବ୍ୟବହାର କରିବାକୁ । ଏହି ପଦକ୍ଷେପ ସେମାନଙ୍କୁ ମେଟ୍ରୋ ର ସୁରକ୍ଷା ଭିତରକୁ ପୁଣି ଆଣି ଆସିବ। ସାର୍ବଜନୀନ ସ୍ଥାନରେ ଅଧିକ ମହିଳା, ସେହି ସ୍ଥାନକୁ ସ୍ଵତଃ ସୁରକ୍ଷିତ କରି ଦେବ।
2. ଦିଲ୍ଲୀ ମେଟ୍ରୋକୁ ଏହା ଆର୍ଥିକ ଖ୍ଯାତି ପହଞ୍ଚାଇବ କି ?
ଦିଲ୍ଲୀ ମେଟ୍ରୋକୁ ହେଉଥିବା କ୍ଷତିର ଭରଣା, ଦିଲ୍ଲୀ ସରକାର କରିବେ, ଏଣୁ ଏଥିଯୋଗୁଁ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ ଏଥିପାଇଁ କୌଣସି କ୍ଷତି ସହିବା ନାହିଁ।
3. ଏଥିଯୋଗୁଁ ଦିଲ୍ଲୀ ମେଟ୍ରୋ ରେ ଅତ୍ୟଧିକ ଭିଡ଼ ହେବ ନାହିଁ କି ?
ନାଁ । ଯେତେବେଳେ ତୃତୀୟ ସ୍ତରର କାମ ଆରମ୍ଭ ହେଲା, ଏହା ୪୦ ଲକ୍ଷ ଲୋକଙ୍କୁ ପରିବହନ କରିବ ପାଇଁ ଯୋଜନା ହୋଇଛି । କିନ୍ତୁ ବର୍ତ୍ତମାନ ଏହା କେବଳ ୨୫ ଲକ୍ଷ ଯାତ୍ରୀ ପରିବହନ କରୁଛି, ଆହୁରି ୧୫ ଲକ୍ଷ ଖାଲି ପଡୁଛି ।
4. କଣ ପୁରୁଷ ମାନଙ୍କୁ ସବସିଡିର ଆବଶ୍ୟକତା ନାହିନ କି ?
ପୁରୁଷ ମାନଙ୍କୁ ମଧ୍ୟ ଆର୍ଥିକ ସହାୟତା ଦରକାର। ହେଲେ ପୁରୁଷ ମାନଙ୍କ ପାଇଁ ଅନେକ ବିକଳ୍ପ ରହିଛି, ଯାହାକି ସେମାନେ ନିଃସଙ୍କୋଚରେ ଓ ସୁରକ୍ଷିତ ଭାବେ ବ୍ୟବହାର କରି ପାରୁଛନ୍ତି | ମହିଳା ମାନଙ୍କ ଅପେକ୍ଷା ପୁରୁଷ ମାନେ ମୋଟରସାଇକେଲ, ଶେଆର ଅଟୋ, ସାର୍ବଜନୀକ ବସ ଇତ୍ୟାଦିର ବ୍ୟବହାର, ଅପେକ୍ଷାକୃତ ସୁରକ୍ଷିତ ଅଟେ ।