ନୁଆ ଓଡ଼ିଶାର ସ୍ଵପ୍ନ

ଆସନ୍ତୁ ଗଢିବା ଏକ ନୂଆ ଓଡ଼ିଶା ।

ଆମ ଦେଶ ଠାରୁ ପଛରେ ସ୍ଵାଧୀନତା ପାଇଥିବା ଜର୍ମାନୀ, ଜାପାନ, ଚୀନ, ସିଙ୍ଗାପୁର ଆଜି କେଉଁଠି ?

ଆମ ପାଖରେ କଣ ନାହିଁ ? ପାଣି ଅଛି, ଖଣି ଅଛି, ଜମି ଅଛି, ସମୁଦ୍ର ଅଛି, ଜଙ୍ଗଲ ଅଛି, ବର୍ଷା ଅଛି । ହଁ, ସବୁଠାରୁ ଜରୁରୀ, ମାନବ ସମ୍ବଳରେ ବି ଆମେ କୌଣସି ପଛରେ ନାହୁଁ । ଏଠାକାର ଯୁବଗୋଷ୍ଠୀ ଆଜି ଏଠାରେ ସଠିକ ସମ୍ବଳ ର ଉପଯୁକ୍ତ ଉପଯୋଗ ଅଭାବରେ ନିଜ ଗାଁ, ସହର ଛାଡି ପର ରାଇଜରେ ଦେଶାନ୍ତର ଦାଦନ ଶ୍ରମିକ ହୋଇଛି । ଏଠାରେ ଯେଉଁ ଶିଳ୍ପ ବିଗତ 15 – 20 ବର୍ଷରେ ଗଢି ଉଠିଲା, ସେଥିରେ ସ୍ଥାନୀୟ ନିଯୁକ୍ତି ରହିଲା ନାହିଂ | ଲଗାମ ବିହୀନ ଶିଲ୍ପପତି ମାନେ ଆମ ଜଙ୍ଗଲ ଧ୍ଵଂସ କଲେ, ଆଦିବାସୀ ଓ ସାଧାରଣ ଲୋକଙ୍କୁ ନାଲି ଆଖି ଓ ବନ୍ଧୁକ ମୁନରେ , କିମ୍ବା ପଇସାର ଲୋଭ ଦେଖାଇ ଆମ ସମ୍ପତ୍ତି ଉପରେ କବ୍ଜା କଲେ ଏବଂ, ଆମକୁ ରୋଜଗାର ନ ଦେଇ, ତା ଉପରେ ପ୍ରଦୂଷଣ କରି ଆମ ଜୀବନ ନଷ୍ଟ କରୁଛନ୍ତି । ସେହି ଶିଳ୍ପପତିଙ୍କ ଅଜସ୍ର ଅର୍ଥବଳରେ ଆମକୁ ନିର୍ବାଚନ ସମୟରେ ପ୍ରଲୋଭିତ କରି, ଭୋଟ କିଣାବିକା ବେପାର କରୁଛନ୍ତି । ଆହୁରି ମଧ୍ୟ ଆମ ଗଣତନ୍ତ୍ରକୁ ଧୋକା ଦେବା ପାଇଁ ଇଭିଏମ ରେ ବି ଘୋଟାଲା ହେଉଥିବାର ଖବର ଆସୁଛି ।

ଏପଟେ ଆମ ପିଲାଏ ଉପଯୁକ୍ତ ଶିକ୍ଷା ନ ପାଇ ମୁର୍ଖ ହେଲେ, ଡାକ୍ତରଖାନାରେ ଡାକ୍ତର କି ଚିକିତ୍ସା ଟିକିଏ ଆମ ସାଧାରଣ ଲୋକେ ପାଇଲେ ନାହିଂ |

ପ୍ରଚଳିତ ସରକାର କିଛି କରି ନାହାନ୍ତି ବୋଲି ଆମେ କହୁ ନାହୁଁ, ଲୋକଙ୍କୁ ଟଙ୍କାକିଆ ଚାଉଳ, ନାମକୁ ମାତ୍ର ଭତ୍ତା, ଯୋଗାଯୋଗ ପାଇଁ ଅନେକ ଅଞ୍ଚଳକୁ ସଡକ, କରିଛନ୍ତି, ଯେଉଁଥିରେ ଆମ  ପିଲାଙ୍କ ଭିତରୁ କିଛିଜଣ “ପେଟି ଠିକାଦାର” ହୋଇ କିଛି ପକେଟ ଖର୍ଚ୍ଚ ବାହାର କରିଛନ୍ତି | ଆଉ କିଛି ଆଉ ଟିକିଏ ଉପରକୁ ଉଠି “ନେଇ ଆଣି ଥୋଇ ପାରୁଥିବା” ବଡ ଠିକାଦାର ହୋଇ ଗାଡି ଘୋଡା ବି ଚଢୁଛନ୍ତି। ହେଲେ …

ଗାଁ ର ଅଧିକାଂଶ ପିଲାଏ ଏକ ସ୍ଥିର ରୋଜଗାର ନ ପାଇ ବାଧ୍ୟ ହେଉଛନ୍ତି ରାଜ୍ୟ ବାହାରକୁ ଯିବାକୁ । ସୁରତ, ହାଇଦ୍ରାବାଦ, ତାମିଲନାଡୁ, କେରଳ, ଆନ୍ଧ୍ର, ଉତ୍ତର ପ୍ରଦେଶ ଓ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଥିବା ଇଟା ଭାଟି, ସୂତାକଳ, ଅନ୍ୟାନ୍ୟ ମିଲ ଫ୍ୟାକ୍ତ୍ରୀ ରେ ଦିନକୁ 16 ଘଣ୍ଟା କାମ କରି ଆଠ ଦଶ ହଜାର ଟଙ୍କା ର ପାଉଣା ରେ କାମ କରୁଛନ୍ତି, ଯାହାକି ଆମ ଶ୍ରମର ଶୋଷଣ ଅଟେ । ଆମେ ଟେକ୍ସ ଦେଉଥିବା ଆଉ ଆମ ଟେକ୍ସ ପଇସାରେ ଏମାନେ ମଉଜ କରୁଥିବେ ?

କଅଣ ଆମ ଓଡିଶାରେ ଏ ସବୁ କଳ କାରଖାନା ହୋଇ ପାରିବ ନାହିଂ ? ଆମେ ପରିଶ୍ରମ କରି, ଆମ ଫଳ ଆମେ ଭୋଗ କରି ପାରିବା ନାହିଂ ?

ଚିନ୍ତା କରନ୍ତୁ ବନ୍ଧୁ, ଏଭଳି ଆଉ କେତେ ବର୍ଷ ଆମେ ଏ ଅଯୋଗ୍ୟ ଭ୍ରଷ୍ଟ ଲୋକଙ୍କୁ ଶାସନ କ୍ଷମତା ଦେଇ ନିଜ ହକ, ଅଧିକାର ଏମିତି ଛାଡ଼ି ଦେଉଥିବା ? ଏମାନଙ୍କ ଶୋଷଣର ଶିକାର ହେଉଥିବା ?

ଦିଲ୍ଲୀରେ ଏ ଭ୍ରଷ୍ଟ ବ୍ୟବସ୍ଥା ବିରୁଦ୍ଧରେ ଅରବିନ୍ଦ କେଜାରିୱାଲ ମୋର୍ଚ୍ଚା ବାନ୍ଧିଛନ୍ତି । ସାଧାରଣ ଲୋକଙ୍କୁ ସେମାନଙ୍କ ନ୍ୟାଯ୍ୟ ହକ ଦେବା ପାଇଁ ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି ଓ ତାର ସିଧାସଳଖ ଲାଭ, ସେଠାକାର ଲୋକଙ୍କୁ ସିଧା ସଳଖ ମିଳୁଛି |

ଓଡ଼ିଶାରେ ବି ଆମେ ଏଭଳି ପରିବର୍ତ୍ତନ କରି ପାରିବା। ଆସନ୍ତୁ ଏକ ନୂଆ ଓଡ଼ିଶାରେ ନୂଆ ବ୍ୟବସ୍ଥା ଆଣି, ଏକ ନୂଆ ଓଡ଼ିଶା ଗଠନ କରିବା |