Monthly Archives: June 2019

ଦେଶର ସବୁଠାରୁ ଶସ୍ତା ବିଜୁଳି

ଆମ ଦେଶରେ ବିଜୁଳିର ଘରୋଇକରଣ ହେବା ପରେ ବିଦ୍ୟୁତ ବିତରଣ କମ୍ପାନୀମାନେ ମନଇଚ୍ଛା ବିଜୁଳି ଦାମ ବଢାଇବା ଚାଲିଲେ । ଏହି ବିଜୁଳି ଦାମ ସାଧାରଣ ଲୋକଙ୍କୁ ବାଧୁଥିଲେ ହେଁ କେହି ସ୍ଵର ଉତ୍ତୋଳନ କରୁ ନ ଥିଲେ | ଅରବିନ୍ଦ କେଜରିୱାଲ ଏବଂ ଆମ ଆଦମୀ ପାର୍ଟି ଏ ପ୍ରକାର ଅନ୍ୟାୟପୂର୍ଣ୍ଣ ଦର ବୃଦ୍ଧି ବିରୋଧରେ ଆନ୍ଦୋଳନ କରିଥିଲେ ଓ କ୍ଷମତାକୁ ଆସିବା ପରେ ଘରୋଇ ବିଦ୍ୟୁତ କମ୍ପାନୀଙ୍କୁ ଅଡିଟ କରି, ସେମାନଙ୍କ ମନମୁଖୀ କାରବାର ଉପରେ ରୋକ ଲଗାଇଥିଲେ |
କ୍ରମାଗତ ଭାବେ, ଅଭିନବ ପନ୍ଥା ବାହାର କରି ଯେମିତି ସୌରଶକ୍ତିର ଉପଯୋଗ ବଢି ପାରିବ, ତାର ବ୍ୟବସ୍ଥା କରିଛନ୍ତି ଓ ସେହିପରି ସ୍ଥାନରେ ଥିବା ଲୋକଙ୍କୁ ପ୍ରାୟ ୟୁନିଟ ପିଛା 1 ଟଙ୍କା ରେ ବିଜୁଳି ମିଳି ପାରୁଛି ।

ନୁଆ ଓଡ଼ିଶାର ସ୍ଵପ୍ନ

ଆସନ୍ତୁ ଗଢିବା ଏକ ନୂଆ ଓଡ଼ିଶା ।

ଆମ ଦେଶ ଠାରୁ ପଛରେ ସ୍ଵାଧୀନତା ପାଇଥିବା ଜର୍ମାନୀ, ଜାପାନ, ଚୀନ, ସିଙ୍ଗାପୁର ଆଜି କେଉଁଠି ?

ଆମ ପାଖରେ କଣ ନାହିଁ ? ପାଣି ଅଛି, ଖଣି ଅଛି, ଜମି ଅଛି, ସମୁଦ୍ର ଅଛି, ଜଙ୍ଗଲ ଅଛି, ବର୍ଷା ଅଛି । ହଁ, ସବୁଠାରୁ ଜରୁରୀ, ମାନବ ସମ୍ବଳରେ ବି ଆମେ କୌଣସି ପଛରେ ନାହୁଁ । ଏଠାକାର ଯୁବଗୋଷ୍ଠୀ ଆଜି ଏଠାରେ ସଠିକ ସମ୍ବଳ ର ଉପଯୁକ୍ତ ଉପଯୋଗ ଅଭାବରେ ନିଜ ଗାଁ, ସହର ଛାଡି ପର ରାଇଜରେ ଦେଶାନ୍ତର ଦାଦନ ଶ୍ରମିକ ହୋଇଛି । ଏଠାରେ ଯେଉଁ ଶିଳ୍ପ ବିଗତ 15 – 20 ବର୍ଷରେ ଗଢି ଉଠିଲା, ସେଥିରେ ସ୍ଥାନୀୟ ନିଯୁକ୍ତି ରହିଲା ନାହିଂ | ଲଗାମ ବିହୀନ ଶିଲ୍ପପତି ମାନେ ଆମ ଜଙ୍ଗଲ ଧ୍ଵଂସ କଲେ, ଆଦିବାସୀ ଓ ସାଧାରଣ ଲୋକଙ୍କୁ ନାଲି ଆଖି ଓ ବନ୍ଧୁକ ମୁନରେ , କିମ୍ବା ପଇସାର ଲୋଭ ଦେଖାଇ ଆମ ସମ୍ପତ୍ତି ଉପରେ କବ୍ଜା କଲେ ଏବଂ, ଆମକୁ ରୋଜଗାର ନ ଦେଇ, ତା ଉପରେ ପ୍ରଦୂଷଣ କରି ଆମ ଜୀବନ ନଷ୍ଟ କରୁଛନ୍ତି । ସେହି ଶିଳ୍ପପତିଙ୍କ ଅଜସ୍ର ଅର୍ଥବଳରେ ଆମକୁ ନିର୍ବାଚନ ସମୟରେ ପ୍ରଲୋଭିତ କରି, ଭୋଟ କିଣାବିକା ବେପାର କରୁଛନ୍ତି । ଆହୁରି ମଧ୍ୟ ଆମ ଗଣତନ୍ତ୍ରକୁ ଧୋକା ଦେବା ପାଇଁ ଇଭିଏମ ରେ ବି ଘୋଟାଲା ହେଉଥିବାର ଖବର ଆସୁଛି ।

ଏପଟେ ଆମ ପିଲାଏ ଉପଯୁକ୍ତ ଶିକ୍ଷା ନ ପାଇ ମୁର୍ଖ ହେଲେ, ଡାକ୍ତରଖାନାରେ ଡାକ୍ତର କି ଚିକିତ୍ସା ଟିକିଏ ଆମ ସାଧାରଣ ଲୋକେ ପାଇଲେ ନାହିଂ |

ପ୍ରଚଳିତ ସରକାର କିଛି କରି ନାହାନ୍ତି ବୋଲି ଆମେ କହୁ ନାହୁଁ, ଲୋକଙ୍କୁ ଟଙ୍କାକିଆ ଚାଉଳ, ନାମକୁ ମାତ୍ର ଭତ୍ତା, ଯୋଗାଯୋଗ ପାଇଁ ଅନେକ ଅଞ୍ଚଳକୁ ସଡକ, କରିଛନ୍ତି, ଯେଉଁଥିରେ ଆମ  ପିଲାଙ୍କ ଭିତରୁ କିଛିଜଣ “ପେଟି ଠିକାଦାର” ହୋଇ କିଛି ପକେଟ ଖର୍ଚ୍ଚ ବାହାର କରିଛନ୍ତି | ଆଉ କିଛି ଆଉ ଟିକିଏ ଉପରକୁ ଉଠି “ନେଇ ଆଣି ଥୋଇ ପାରୁଥିବା” ବଡ ଠିକାଦାର ହୋଇ ଗାଡି ଘୋଡା ବି ଚଢୁଛନ୍ତି। ହେଲେ …

ଗାଁ ର ଅଧିକାଂଶ ପିଲାଏ ଏକ ସ୍ଥିର ରୋଜଗାର ନ ପାଇ ବାଧ୍ୟ ହେଉଛନ୍ତି ରାଜ୍ୟ ବାହାରକୁ ଯିବାକୁ । ସୁରତ, ହାଇଦ୍ରାବାଦ, ତାମିଲନାଡୁ, କେରଳ, ଆନ୍ଧ୍ର, ଉତ୍ତର ପ୍ରଦେଶ ଓ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଥିବା ଇଟା ଭାଟି, ସୂତାକଳ, ଅନ୍ୟାନ୍ୟ ମିଲ ଫ୍ୟାକ୍ତ୍ରୀ ରେ ଦିନକୁ 16 ଘଣ୍ଟା କାମ କରି ଆଠ ଦଶ ହଜାର ଟଙ୍କା ର ପାଉଣା ରେ କାମ କରୁଛନ୍ତି, ଯାହାକି ଆମ ଶ୍ରମର ଶୋଷଣ ଅଟେ । ଆମେ ଟେକ୍ସ ଦେଉଥିବା ଆଉ ଆମ ଟେକ୍ସ ପଇସାରେ ଏମାନେ ମଉଜ କରୁଥିବେ ?

କଅଣ ଆମ ଓଡିଶାରେ ଏ ସବୁ କଳ କାରଖାନା ହୋଇ ପାରିବ ନାହିଂ ? ଆମେ ପରିଶ୍ରମ କରି, ଆମ ଫଳ ଆମେ ଭୋଗ କରି ପାରିବା ନାହିଂ ?

ଚିନ୍ତା କରନ୍ତୁ ବନ୍ଧୁ, ଏଭଳି ଆଉ କେତେ ବର୍ଷ ଆମେ ଏ ଅଯୋଗ୍ୟ ଭ୍ରଷ୍ଟ ଲୋକଙ୍କୁ ଶାସନ କ୍ଷମତା ଦେଇ ନିଜ ହକ, ଅଧିକାର ଏମିତି ଛାଡ଼ି ଦେଉଥିବା ? ଏମାନଙ୍କ ଶୋଷଣର ଶିକାର ହେଉଥିବା ?

ଦିଲ୍ଲୀରେ ଏ ଭ୍ରଷ୍ଟ ବ୍ୟବସ୍ଥା ବିରୁଦ୍ଧରେ ଅରବିନ୍ଦ କେଜାରିୱାଲ ମୋର୍ଚ୍ଚା ବାନ୍ଧିଛନ୍ତି । ସାଧାରଣ ଲୋକଙ୍କୁ ସେମାନଙ୍କ ନ୍ୟାଯ୍ୟ ହକ ଦେବା ପାଇଁ ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି ଓ ତାର ସିଧାସଳଖ ଲାଭ, ସେଠାକାର ଲୋକଙ୍କୁ ସିଧା ସଳଖ ମିଳୁଛି |

ଓଡ଼ିଶାରେ ବି ଆମେ ଏଭଳି ପରିବର୍ତ୍ତନ କରି ପାରିବା। ଆସନ୍ତୁ ଏକ ନୂଆ ଓଡ଼ିଶାରେ ନୂଆ ବ୍ୟବସ୍ଥା ଆଣି, ଏକ ନୂଆ ଓଡ଼ିଶା ଗଠନ କରିବା |

ଭତ୍ତା – ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ

ଦିଲ୍ଲୀରେ ଭିଭିନ୍ନ ଭତ୍ତାର ପରିମାଣ ୨୦୦୦ ଟଙ୍କା ରୁ ୨୫୦୦ ଟଙ୍କା ରହିଛି

ବାର୍ଦ୍ଧକ୍ୟ ଭତ୍ତା 

ବିଧବା ଭତ୍ତା

ଭିନ୍ନକ୍ଷମ ଭତ୍ତା

ଦିଲ୍ଲୀରେ ସାମାଜିକ ସହାୟତା ଭତ୍ତା, ଯଥା ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା ଇତ୍ୟାଦି ର ପରିମାଣ, ମାସିକ ୨୦୦୦ ରଙ୍କା ରୁ ୨୫୦୦ ଟଙ୍କା ରହିଛି | ଆପ୍ ସରକାର ଆସିବା ପୂର୍ବରୁ ଏହା ଯଥେଷ୍ଟ କମ୍ ରହିଥିଲା।

ଦିଲ୍ଲୀରେ ମାଗଣା ପାଇପ ପାନୀୟଜଳ

ଜଳ ହିଁ ଜୀବନର ଆଧାର । କିନ୍ତୁ ଏହି ଜଳକୁ ଜନଗଣଙ୍କ ନିକଟରୁ ଛଡେଇ, ସ୍ଵାର୍ଥପର ରାଜନେତା ପାଣିର ବେପାର ଚଳେଇ ଦେଇଥିଲେ । ସାଧାରଣ ଲୋକଙ୍କୁ ପାଣି ଟିକିଏ ପାଇବା ପାଇଁ ଅନେକ କଷ୍ଟ କରିବାକୁ ପଡୁଥିଲା, କିମ୍ବା ଅତ୍ୟଧିକ ପଇସା ଦେଇ କିଣିବାକୁ ହେଉଥିଲା । ସହରର ପାନୀଯ ଜଳ ବ୍ୟବସ୍ଥା, ଟ୍ୟାଙ୍କର ମାଫିଆଙ୍କ କବଳରେ ରହିଥିଲା  ।

ନିର୍ବାଚିତ ହୋଇ କ୍ଷମତାକୁ ଆସିବାର ଅତି ଅଳ୍ପ ଦିନ ଭିତରେ ଦିଲ୍ଲୀର ସମସ୍ତ ଅଞ୍ଚଳରେ ସର୍ଭେ କରି, ପାନୀୟ ଜଳର ସମସ୍ୟା ସମାଧାନ କରି ପାରିଛି ଏଇ 4 ବର୍ଷର ଆପ ସରକାର । ସହରର ସମସ୍ତ ଅଞ୍ଚଳରେ ନୂଆ ପାଇପ ବସାଯାଇ ଦିଲ୍ଲୀବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳର ଦୁଇ ଓଳି ବ୍ୟବସ୍ଥା ହୋଇଛି। ଯେଉଁ ଅଞ୍ଚଳରେ ପାଇପ ପଡ଼ିପାରିନାହିଁ, ସେ ଅଞ୍ଚଳକୁ ସରକାରୀ ଟ୍ୟାଙ୍କର ଯୋଗେ ବିନା ମୂଲ୍ୟରେ ପାଣି ପହଞ୍ଚାଯାଇ ପାରିଛି । ଏତଦ୍ୱାରା ସାଧାରଣ ନାଗରିକ, ଜୀବନର ମୌଳିକ ଆବଶ୍ୟକତା ଜଳ ପାଇଁ ହେଉଥିବା ଆର୍ଥିକ ଶୋଷଣରୁ ମୁକ୍ତି ପାଇ ପାରିଛନ୍ତି ।

ଆମ ନେତୃତ୍ତ୍ଵ ମାନଙ୍କ ପ୍ରେରଣାଦାୟୀ ଭିଡ଼ିଓ

ଏଠାରେ ଆପ୍ ର ବିଭିନ୍ନ ନେତୃତ୍ତ୍ଵଙ୍କ ଭିଡ଼ିଓ ଗୁଡ଼ିକ ରଖା ଯାଇଛି | ଆପଣଙ୍କ ଫୁରସତରେ ଦେଖନ୍ତୁ, କିଭଳି ବିଚାର ଆମର, ଆମର ସ୍ଵପ୍ନର ଓ ଭିନ୍ନ ଭିନ୍ନ ବିଚାର ନେଇ ଆଗକୁ ଯିବାକୁ ହେବ |

check

test

ବ୍ଲଗ ପୋଷ୍ଟ

ଦିଲ୍ଲୀର ସମସ୍ତ ମହିଳାଙ୍କ ପାଇଁ ବସ ଏବଂ ମେଟ୍ରୋରେ ଯାତ୍ରା ମାଗଣା

1. ମାଗଣା ରେ ଯାତ୍ରା ସେବା ମହିଳା ମାନଙ୍କୁ କିପରି ସୁରକ୍ଷିତ କରିବ ? ଦିଲ୍ଲୀ ମେଟ୍ରୋରେ ବର୍ତ୍ତମାନ ମହିଳା ଯାତ୍ରୀଙ୍କ ସଂଖ୍ୟା କେବଳ  ୩୩ ପ୍ରତିଶତ । ଗତ ବର୍ଷ ମେଟ୍ରୋର ଭଡା ବୃଦ୍ଧି, ମହିଳା ମାନଙ୍କୁ ବାଧ୍ୟ କରିଛି ଅନ୍ୟ ଅସୁରକ୍ଷିତ ମାଧ୍ୟମରେ ଯାତ୍ରା କରିବାକୁ, ଯଥା ଶେଆର ଅଟୋ, ଚାଲିକରି ଯିବାକୁ, ଭଡ଼ାଅଟୋ ବା ଅନ୍ୟ ଟ୍ୟାକ୍ସି ବ୍ୟବହାର କରିବାକୁ । ଏହି ପଦକ୍ଷେପ ସେମାନଙ୍କୁ ମେଟ୍ରୋ ର ସୁରକ୍ଷା ଭିତରକୁ ପୁଣି ଆଣି ଆସିବ। ସାର୍ବଜନୀନ ସ୍ଥାନରେ ଅଧିକ ମହିଳା, ସେହି ସ୍ଥାନକୁ ସ୍ଵତଃ ସୁରକ୍ଷିତ କରି ଦେବ। 2. ଦିଲ୍ଲୀ ମେଟ୍ରୋକୁ ଏହା ଆର୍ଥିକ ଖ୍ଯାତି ପହଞ୍ଚାଇବ କି ? ଦିଲ୍ଲୀ ମେଟ୍ରୋକୁ ହେଉଥିବା କ୍ଷତିର ଭରଣା, ଦିଲ୍ଲୀ ସରକାର କରିବେ, ଏଣୁ ଏଥିଯୋଗୁଁ ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେସନ ଏଥିପାଇଁ କୌଣସି କ୍ଷତି ସହିବା ନାହିଁ। 3. ଏଥିଯୋଗୁଁ ଦିଲ୍ଲୀ ମେଟ୍ରୋ ରେ ଅତ୍ୟଧିକ ଭିଡ଼ ହେବ ନାହିଁ କି ? ନାଁ ।  ଯେତେବେଳେ ତୃତୀୟ ସ୍ତରର କାମ ଆରମ୍ଭ ହେଲା, ଏହା ୪୦ ଲକ୍ଷ ଲୋକଙ୍କୁ ପରିବହନ କରିବ ପାଇଁ ଯୋଜନା ହୋଇଛି । କିନ୍ତୁ ବର୍ତ୍ତମାନ ଏହା କେବଳ ୨୫ ଲକ୍ଷ ଯାତ୍ରୀ ପରିବହନ କରୁଛି, ଆହୁରି ୧୫ ଲକ୍ଷ ଖାଲି ପଡୁଛି । 4. କଣ ପୁରୁଷ ମାନଙ୍କୁ ସବସିଡିର ଆବଶ୍ୟକତା ନାହିନ କି ? ପୁରୁଷ ମାନଙ୍କୁ ମଧ୍ୟ ଆର୍ଥିକ ସହାୟତା ଦରକାର। ହେଲେ ପୁରୁଷ ମାନଙ୍କ ପାଇଁ ଅନେକ ବିକଳ୍ପ ରହିଛି, ଯାହାକି ସେମାନେ ନିଃସଙ୍କୋଚରେ ଓ ସୁରକ୍ଷିତ ଭାବେ ବ୍ୟବହାର କରି ପାରୁଛନ୍ତି | ମହିଳା ମାନଙ୍କ ଅପେକ୍ଷା ପୁରୁଷ ମାନେ ମୋଟରସାଇକେଲ, ଶେଆର ଅଟୋ, ସାର୍ବଜନୀକ ବସ ଇତ୍ୟାଦିର ବ୍ୟବହାର,  ଅପେକ୍ଷାକୃତ ସୁରକ୍ଷିତ ଅଟେ ।